Wednesday, 3 October 2018

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ


ପଟ୍ଟାମୁଣ୍ଡାଇ, ୩ା୧୦  : ଜାତିରଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପାଇଁ ସମଗ୍ର ବିଶ୍ୱରେ ଭାରତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଆଜି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି । ପ୍ରଧାନଆଚାର୍ଯ୍ୟ ନାରାୟଣ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସମୟରେ ବିଶ୍ୱରୁ ଆତଙ୍କବାଦ ଦୂର ସହ ସାଂପ୍ରଦାୟିକ ସଂପ୍ରତି ଓ ସଦଭାବ ପ୍ରତିଷ୍ଠା କରି ଏକ ଶକ୍ତଶାଳୀ ଭାରତବର୍ଷ ଗଠନ ପାଇଁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତି ଅନୁସରଣ କରିବା ଅପରିହାର୍ଯ୍ୟ ହୋଇପଡିଛି । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ଯୁବସମାଜସେବୀ ମିଟୁ ମନୋଜ ନାୟକ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପାଇଁ ଭାରତବର୍ଷ ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି ମତପ୍ରକାଶ କରିଥିଲେ । ସହକାରୀ ଆଚାର୍ଯ୍ୟା ସୁଲୋଚନା ନନ୍ଦ ସ୍ୱାଗତଭାଷଣ ଓ ଭାଗ୍ୟଶ୍ରୀ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷା ମନ୍ଦିର ସଂପାଦକ ଅମ୍ବୁଜ ଭୂଷଣ ନାୟକ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଶିକ୍ଷା ମନ୍ଦିରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସଭା ଆରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଜିତ ମଲିକ, ପୁଷ୍ପଶ୍ରୀ ମହାନ୍ତି, ସୋନାଲି ଦାଶ, ଦିପ୍ତିମୟୀ ତ୍ରିପାଠୀ, କ୍ରୀଷ୍ଣାରାଣୀ ଦାସ, ସୁନିତା ପାଢୀ, ପ୍ରମୁଖ ପରିଚାଳନା କରିଥିଲେ ।

No comments:

Post a Comment