Sunday, 14 October 2018

ଦେଶକୁ ମା ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ










ଦେଶକୁ ମା ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ
ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ

ଭରବଙ୍କନସ୍ୱର(୧୪/୧୦): ସଂଗଠନରୁ ଶକ୍ତି ଆସିଥାଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି । ୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ ଖୋଜିଥିଲେ । ଅନେକ ଚିନ୍ତନ ପରେ ସେ ଏହି ନିର୍ଯ୍ୟାସରେ ପହଞ୍ôଚଥିଲେ ଯେ, ଯେ ପର୍ଯନ୍ତ ଏହି ଦେଶର ପୁତ୍ର ରୂପୀ ହିନ୍ଦୁ ସମାଜ ଏକତ୍ରିତ ନ ହୋଇଛି ସେ ପର୍ଯ୍ୟନ୍ତ ଭାରତବର୍ଷ ବାରମ୍ବାର ପରାଧୀନ ହେଉଥିବ ।

 ସେଥିପାଇଁ ଡକ୍ଟରଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିର ମନ ମସ୍ତିଷ୍କରେ ଦେଶ ଭକ୍ତିର ଭାବ ଭରିଦେବା ଏବଂ ପ୍ରତ୍ୟେକ ଯୁବକର ବାହୁରେ ଶକ୍ତି ଭରିଦେବା ପାଇଁ ଚେଷ୍ଟା କରିଆସୁଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ସହ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାଶ କହିଛନ୍ତି ।

 ରବିବାର ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ ଭୁବନେଶ୍ୱର ମହାନଗର ପକ୍ଷରୁ ବିଜୟା ଦଶମୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ ଯେ, ଶକ୍ତି ବିନା ଭକ୍ତି ଅସମ୍ଭବ । ଯେପରି ମହିଷାସୁରକୁ ବଦ୍ଧ କରିବ ପାଇଁ ଦେବତାମାନେ ସଂଗଠିତ ହୋଇ ମା’ଦୁର୍ଗାଙ୍କୁ ଆରଧନା କରିଥିଲେ ଏବଂ ଦେବତା ମାନଙ୍କ ସଂଗଠିତ ଶକ୍ତି ଦ୍ୱାରା ମା’ଦୁର୍ଗା ମହିଷାଶୁରକୁ ବଦ୍ଧ କରିଥିଲେ । ସେହିପରି ବର୍ତ୍ତମାନର ସମାଜରେ ସଂଗଠିତ ଶକ୍ତିର ଆବଶ୍ୟକତା ରହିଛି । ଛଳନାତ୍ମକ ଦେଶ ଭକ୍ତି ଆଉ ଚାଳିବ ନାହିଁ । ଦେଶକୁ ବିକଶିତ କରିବାକୁ ହେଲେ ନିଷ୍କପଟ ଦେଶଭକ୍ତି ଆବଶ୍ୟକ । ଯାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ପ୍ରତିଷ୍ଠା ଦିନରୁ କରିଆସୁଛି । ଦେଶକୁ ମା’ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ । ଏକହିଁ ସତ୍ ବିପ୍ରା ବହୁଦା ଭବନ୍ତି । ସତ୍ୟ ଏକ କିନ୍ତୁ ପଥ ଅନେକ । ଯିଏ ହୀନ ମନ୍ୟତାକୁ ଗ୍ରହଣ କରେନାହିଁ ସିଏ ହିନ୍ଦୁ । ତେଣୁ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତି ଯାହାଙ୍କର ଉପାସନା ପଦ୍ଧତି ଯାହାହେଉନା କାହିଁକି ତା ଭିତରେ ଯଦି ଦେଶଭକ୍ତିର ଭାବ ରହିଛି ସେ ହିନ୍ଦୁ ଅଟେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ହୋଟେଲ ମ୍ୟାନେଜମେଣ୍ଟ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିତିକଣ୍ଠ ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବର୍ତ୍ତମାନର ଦୁନିଆରେ ଯେତେବେଳେ ମଣିଷ ନିଜ ଚିନ୍ତାଛଡ଼ା ଅନ୍ୟ କିଛ ଚିନ୍ତା କରୁନାହିଁ ସେ ସମୟରେ ନିଜଠାରୁ ଦେଶକୁ ଅଧିକ ଭଲପାଉଥିବା ସ୍ୱୟଂସେବକମାନେ ମାର୍ଗଦର୍ଶକ ଅଟନ୍ତି । ଯଦି ଜଣେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ନ ଥିବ ସେ କେବେ ଦେଶର ବିକାଶ କରିପାରିବ ନାହିଁ । ତେଣୁ ଗୋଟିଏ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ତାର ନାଗରିକ ମାନେ ଶାରିରୀକ ଭାବେ ସୁସ୍ଥ ରହିବା ସହ ମାନସିକ ଭାବେ ମଧ୍ୟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ । କାର୍ଯ୍ୟକ୍ରମରେ ମହାନଗର ସଂଘଚାଳକ ଡକ୍ଟର ବସନ୍ତ ପତି ସଭାପତିତ୍ୱ କରିଥିଲେ । ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ୱାରା ଚିତାକର୍ଷକ ଶାରିରୀକ ଏବଂ ଘୋଷର ପ୍ରଦର୍ଶନ ହୋଇଥିଲା । ଏଥିରେ ଭୁବନେଶ୍ୱର ମହାନଗର୫୦୦ରୁ ଊଦ୍ଧ୍ୱର୍ ସ୍ୱୟଂସେବକ ଭାଗନେଇଥିଲେ । ଶେଷରେ ସ୍ୱୟଂସେବକମାନେ ଭବ୍ୟ ପଥସଂଞ୍ଚଳନରେ ବାହାରି ନଗର ପରିକ୍ରମା କରିଥିଲେ ।
ଗୋଲଖ ଚନ୍ଦ୍ର ଦାସ

Wednesday, 3 October 2018

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ


ପଟ୍ଟାମୁଣ୍ଡାଇ, ୩ା୧୦  : ଜାତିରଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପାଇଁ ସମଗ୍ର ବିଶ୍ୱରେ ଭାରତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଆଜି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି । ପ୍ରଧାନଆଚାର୍ଯ୍ୟ ନାରାୟଣ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସମୟରେ ବିଶ୍ୱରୁ ଆତଙ୍କବାଦ ଦୂର ସହ ସାଂପ୍ରଦାୟିକ ସଂପ୍ରତି ଓ ସଦଭାବ ପ୍ରତିଷ୍ଠା କରି ଏକ ଶକ୍ତଶାଳୀ ଭାରତବର୍ଷ ଗଠନ ପାଇଁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତି ଅନୁସରଣ କରିବା ଅପରିହାର୍ଯ୍ୟ ହୋଇପଡିଛି । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ଯୁବସମାଜସେବୀ ମିଟୁ ମନୋଜ ନାୟକ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପାଇଁ ଭାରତବର୍ଷ ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି ମତପ୍ରକାଶ କରିଥିଲେ । ସହକାରୀ ଆଚାର୍ଯ୍ୟା ସୁଲୋଚନା ନନ୍ଦ ସ୍ୱାଗତଭାଷଣ ଓ ଭାଗ୍ୟଶ୍ରୀ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷା ମନ୍ଦିର ସଂପାଦକ ଅମ୍ବୁଜ ଭୂଷଣ ନାୟକ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଶିକ୍ଷା ମନ୍ଦିରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସଭା ଆରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଜିତ ମଲିକ, ପୁଷ୍ପଶ୍ରୀ ମହାନ୍ତି, ସୋନାଲି ଦାଶ, ଦିପ୍ତିମୟୀ ତ୍ରିପାଠୀ, କ୍ରୀଷ୍ଣାରାଣୀ ଦାସ, ସୁନିତା ପାଢୀ, ପ୍ରମୁଖ ପରିଚାଳନା କରିଥିଲେ ।

Friday, 28 September 2018

କୃଷିଋଣ ଛାଡ଼ ଦାବିନେଇ ବିଜେପିର ହରତାଳ


କେନ୍ଦ୍ରାପଡ଼ା, ୨୮/୯ : ଭାରତୀୟ ଜନତା ପାର୍ଟି, କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ ପକ୍ଷରୁ କୃଷି ଋଣ ଛାଡ଼ ଦାବିରେ ହରତାଳ ପାଳନ କରାଯାଇଛି । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ୯ଟି ବ୍ଲକ୍ ଓ ପାଂଚଟି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଦିଆଯାଇଥିବା ହରତାଳ ପାଳନର ଡାକରା ପ୍ରଭାବ ପକାଇଥିବା ଦେଖାଯାଇଥିଲା । ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଂଟିଆ ହରତାଳ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ୭୦ ଭାଗ ଚାଷଜମି ଜଳମଗ୍ନ ରହିଥିବା ବେଳେ ସମପରିମାଣର ଫସଲ ନଷ୍ଟ ହୋଇ କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି । ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହି ଚାଷୀମାନଙ୍କ ଦୁଃଖ ଏଡ଼ାଇ ଚାଲିଛି । କୃଷକମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାର ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏହି ହରତାଳ ପାଳନ କରାଯାଇଥିଲା । କେନ୍ଦ୍ରାପଡ଼ା ତିନିମୁହାଣୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡ଼ା, ଅଲେଖ ଚନ୍ଦ୍ର ଜେନା, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବ୍ରଜସୁନ୍ଦର ଭୂୟାଁ, ପୂର୍ବତନ ଜିଲ୍ଲା ସଭାପତି ତଥା ସାଧାରଣ ସମ୍ପାଦିକା ଗୀତାଂଜଳି ସେଠୀ, ଭୁବନ ମୋହନ ସିଂହ, ଦିଲ୍ଲୀପ କୁମାର ଦାସ, ନେହେରୁ ସାହୁ, ଶଶାଙ୍କ ଶେଖର ସେଠୀ, ପ୍ରଦୀପ ନାୟକ, ରାଜେନ୍ଦ୍ର ପତ୍ରୀ, ନୃସିଂହ ଚରଣ ପତ୍ରୀ, ଅମିତାଭ ସୁଆର, ସରୋଜ ପତି, କରୁଣାକର ସାହୁ, ହେମନ୍ତ ପରିଡ଼ା ପ୍ରମୁଖ ଜିଲ୍ଲା ସଦର ମହକୁମାରେ ନେତୃତ୍ୱ ନେଇଥିଲେ । ସେହିଭଳି କେନ୍ଦ୍ରାପଡ଼ାର ବାରୋ ଠାରେ ପଂଚାୟତ ସଭାପତି ଦାମ ସ୍ୱାଇଁ, ଦେବେଶ ଦାସ, କେଶବ ସ୍ୱାଇଁ, ପ୍ରମୋଦ କୁମାର ପରିଡ଼ା, ସଂଜୀବ ମଲିକ, କୈଳାସ ସୂତାର, ମଂଗୁଳି ମଲିକ, ଭରତ ମଲିକ, ମଂଟୁ ବିଶ୍ୱାଳ, କେଦାର ସ୍ୱାଇଁ, ଶତ୍ରଘନ ବେହେରା ପ୍ରମୁଖ ନେତୃତ୍ୱ ନେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Sunday, 23 September 2018

ବାଂଲାଦେଶୀ ଅନୁପ୍ରବେଶ ଓ ତାହାର ପ୍ରଭାବ ଆଲୋଚନା ଚକ୍ର


କେନ୍ଦ୍ରାପଡା, ୨୩ ।୯: ରାଷ୍ଟ୍ରବାଦୀ ବିଚାରମଞ୍ଚ ଏବଂ ପ୍ରଗନ୍ୟା ଶିକ୍ଷା ଫାଉଣ୍ଡେସନ ନୂଆଦିଲ୍ଳୀ ମିଳିତ ଆନୁକୂଲ୍ୟରେ ଗତ ରବିବାର କେନ୍ଦ୍ରାପଡା ବ୍ଲକ୍‍ ଗରାପୁର ଛକ ସ୍ୱୟଂସିଦ୍ଧା ସେଲିବ୍ରେସନ ପରିସରରେ ବାଂଲାଦେଶୀ ଅନୁପ୍ରବେଶ ଏବଂ ତାହାର ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଗନ୍ୟା ଶିକ୍ଷା ଫାଉଣ୍ଡେସନ୍‍ ଆବାହକ ପ୍ରସନ୍ନ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଅଧ୍ୟକ୍ଷ ଅରୁଣ କୁମାର ଉପାଧ୍ୟାୟ, ସମ୍ମାନୀତ ଅତିଥି ଭାବେ ଭାରତ ରକ୍ଷା ମଞ୍ଚର ସହ ସଂଯୋଜକ ମୂରଲୀ ଶର୍ମା, ବରିଷ୍ଠ ଆଇନଜୀବୀ ଅନଙ୍ଗ କୁମାର ସାହୁ, ପ୍ରଫେସର ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁ, ଡାକ୍ତର ଅଂଶୁମାନ ବେହେରା, ସୂଚନା ଅଧିକାର କର୍ମୀ ରଞ୍ଜନ କମାର ଦାସ ପ୍ରମୁଖ ଯୋଗଦେଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପ ଦେଶର ଆର୍ଥିକ, ଧାର୍ମିକ, ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରି ଦେଶ ପାଇଁ ରାଷ୍ଟ୍ରୀୟ ସମସ୍ୟା ଭାବେ ପରିଣତ ହେଲାନି ବୋଲି ବକ୍ତାମାନେ ଚିନ୍ତା ପ୍ରକଟ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଆଲୋଚନା ଚକ୍ରର ବ୍ୟବସ୍ଥାକୁ ବିନୋଦବିହାରୀ ଦାସ ପରିଚାଳନା କରିଥିଲେ । ଏହି ଆଲୋଚନା ଚକ୍ରରେ ଜିଲ୍ଳାର ଛାତ୍ର ଓ ବୁଦ୍ଧିଜୀବୀମାନେ ବହୁ ସଖ୍ୟାରେ ଉପସ୍ଥିତ ଥିଲେ ।

Friday, 21 September 2018

ଜାଲ ନୋଟ୍‍ କାରବାର ଚେର ଭଦ୍ରକରୁ ବାଂଲାଦେଶ ଯାଏ ଲମ୍ବ


ରାଜନଗର,୨୧ା୯  ; ରାଜନଗର ବ୍ଲକରେ ନକଲି ନୋଟର ଚୋରା ଚାଲାଣ ନେଇ ପୂର୍ବରୁ ଖବର ପ୍ରକାଶ ପାଇ ଆସୁଥିଲା । ଯାହା ଏବେ ସତ୍ୟରେ ପରିଣତ ହୋଇଛି । ଗୁରୁବାର ସେକ ରବିନ ହୁସେନ ନାମକ ଯୁବକ ନକଲି ନୋଟ ସହ ରାଜନଗର ବଜାରରେ ଧରା ପଡିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା ବିରୁଦ୍ଧରେ ମାମଲା ରୁଜୁକରି ପୋଲିସ ତାକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ରବିନ ଧରା ପଡିବା ପରେ ଜାଲନୋଟ ଖୋଳତାଡ ଆରମ୍ଭ କରିବା ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଜାଲନୋଟ କାରବାର ଦୀର୍ଘଦିନ ହେବ ଚାଲିଥିଲେ ମଧ୍ୟ ପ୍ରଶାସନ ନିକଟରେ ଖବର ନଥିଲା ନାଁ ଜାଣି ନୀରବ ରହୁଥିଲା, ଯାହାକୁ ନେଇ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକ ଡାଙ୍ଗମାଳ ପଂଚାୟତ ଶାରଦାପ୍ରସାଦ ଗ୍ରାମର ସେକ୍ଅବୁଲ ହୁସେନଙ୍କ ବଡପୁଅ ରବିନ୍ ହୁସେନ କୁକୁଡା ବ୍ୟବସାୟ କରେ । ରାଜନଗର ବଜାରରେ ଗୁରୁବାର ତାଠାରୁ ଦୁଇଟି ୨ଶହ ଟଙ୍କିଆ ଓ ଗୋଟିଏ ୫ଶହ ଟଙ୍କିଆ ଜାଲ ନୋଟ ଜବତ ହୋଇଥିବା ବେଳେ ବ୍ଲକ ଛକରେ ଥିବା ନିଗମ ମେଡିସିନ୍ ଷ୍ଟୋରରେ ଗୋଟିଏ ୨ଶହ ଟଙ୍କିଆ ଜାଲ ନୋଟ ଦେଇ ଔଷଧ କିଣି ଚାଲି ଯାଇଥିବା ବେଳେ ରବିନ୍କୁ ପୋଲିସ ଥାନାକୁ ନେବା ପରେ ମେଡିସିନ ଦୋକାନୀ ମଧ୍ୟ ଥାନାରେ ୨ଶହ ଟଙ୍କିଆ ନୋଟ ଦାଖଲ କରିଛି । ତାକୁ ପୋଲିସ ଜେରାବେଳେ କେବଳ ଭଦ୍ରକର ମହାନ୍ତିବାବୁ ବୋଲି ଜଣେ ଲୋକ ମୋଠାରୁ କୁକୁଡା ନେଇ ଏ ଟଙ୍କା ଦେଇଛି ବୋଲି କହିଛି । ୧୦ଦିନ ପୂର୍ବରୁ ରବିନ୍ କେତେ ନକଲି ନୋଟ ଆଣିଥିଲା ଏବଂ କେତେ ଟଙ୍କା କେଉଁଠି କାରବାର କରିଛି, ତାହା ଜାଣିବା ମୁସ୍କିଲ । ଏହି ନକଲି ନୋଟ କେବଳ ତା ନିକଟରେ ଅଛି ନାଁ ଅନ୍ୟ ମାନଙ୍କ ନିକଟରେ ଅଛି ଏବଂ କେଉଁମାନେ ଏହି ନକଲି ନୋଟ ର‌୍ୟାକେଟରେ ସଂପୃକ୍ତ ତାହା ଅନୁସନ୍ଧାନ ସାପେକ୍ଷ । ରାଜନଗର ଥାନା ଓ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ରଙ୍କ କହିବାନୁଯାୟୀ ତାଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି । ତଦନ୍ତ ସମୟରେ ତା ଘରୁ କିଛି ପାଇନଥିବା କହିଛନ୍ତି । ଅପରଫକ୍ଷରେ ରବିନର ମାଆ ପୋଲିସକୁ ଦେଖି ଅଚେତ ହୋଇଯାଇଥିଲା । କିନ୍ତୁ ତାଙ୍କର କିଛି ପଡୋଶୀଙ୍କ କହିବା କଥା ବହୁ ଅଚିହ୍ନା ଅଜଣା ଲୋକ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରିଥାନ୍ତି । ତାଙ୍କ ପିତା ମୁର୍ସିଦାବାଦର ମୂଳ ବାସିନ୍ଦା ବୋଲି ଜଣାପଡିଛି । ଏହି ନକଲି ନୋଟ କାରବାର ଚେର କେବଳ ଭଦ୍ରକ ନୁହେଁ ବାଙ୍ଗଲାଦେଶ ଯାଏ ଲମ୍ବିଥିବା ଅଭିଯୋଗ ହେଉଛି । ପୋଲିସ ରବିନକୁ କୋର୍ଟରୁ ରିମାଣ୍ଡରେ ଆଣି ତାକୁ ପଚରାଉଚରା କରିବ ବୋଲି ଜଣାପଡିଛି । ମାତ୍ର ତା ନିକଟରୁ କେତେ ତଥ୍ୟ ବାହାର କରିବ ତାହା ସମୟ କହିବ । ତାଳଚୁଆ ସାମୁଦ୍ରିକ ଥାନା ଅଂଚଳ ବଙ୍ଗୋଭାଷୀ ଅଧୁଷିତ ହୋଇଥିବାରୁ ଭାରତୀୟ ଓ ବାଙ୍ଗଲାଦେଶୀଙ୍କୁ ଚିହ୍ନିବା କଷ୍ଟକର ହେଉଛି । ଏହାର ସୁଯୋଗ ନେଇ ବାଙ୍ଗଲାଦେଶୀମାନେ ଏହି ଅଂଚଳରେ ନକଲି ନୋଟ କାରବାର, ବିଭିନ୍ନ ବନ୍ୟଜନ୍ତୁଙ୍କ ଶୀକାର ଓ ଚୋରା ଚାଲାଣରେ ପ୍ରମୁଖ ଭୂମିକା ରହିଛି ବୋଲି ଅଭିଯୋଗ ହେଉଛି । ତାଳଚୁଆ ଅଂଚଳରେ ଏଭଳି ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଲକ୍ଷ୍ୟକରି ତାଳଚୁଆରେ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ୨୦୧୪ମସିହାରୁ ଫାଣ୍ଡିକୁ ସାମୁଦ୍ରିକ ଥାନାରେ ପରିଣତ କରାଯାଇଛି । ବେଳ ଥାଉଁଥାଉଁ ପ୍ରଶାସନ ଏଦିଗରେ ସଚେତନ ନହେଲେ ନେଡିଗୁଡ କହୁଣୀକୁ ବୋହିଯିବ ।

Sunday, 19 August 2018

କେରଳ ବନ୍ୟାବିପର୍ଯ୍ୟୟରେ ସହଯୋଗ ପାଇଁ ଆରଏସ୍ଏସ୍ ର ନିବେଦନ

ଭୁବନେଶ୍ୱର,୧୯/୮;ଅପ୍ରତ୍ୟାଶିତ ଓ ଅଭୁତପୂର୍ବ ବନ୍ୟା ହେତୁ କେରଳ ରାଜ୍ୟରେ ଏକ ବଡ ବିପର୍ଯ୍ୟୟ ଆସିଛି । ଏହି ବନ୍ୟା ବିଭିଷିକାରେ ଶତାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ହଜାରରୁ ଉଦ୍ଧ୍ୱର୍ ଲୋକ ବାସହରା ହୋଇଛନ୍ତି । ଏବେ ମଧ୍ୟ ଲକ୍ଷାଧିକ ଲୋକ ବିଭିନ୍ନ ସ୍ଥାନରେ ଅଟକି ଯାଇଛନ୍ତି । କେରଳ ଆଜି ଏକ ଭୟଙ୍କର ସଂକଟର ସାମନା କରୁଛି ।
ଅନେକ ବାଧା ଭିତରେ ବି ସେନା, ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା, ରାଜ୍ୟ ଓ କେନ୍ଦ୍ର ସରକାର ବନ୍ୟାରୁ ମୁକ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରଖିଛନ୍ତି । ଏଥିସହ ସାଧାରଣ ଜନତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଅନେକ ସାମାଜିକ, ଧାର୍ମିକ ଓ ସ୍ୱୟଂସେବୀ ସଂସ୍ଥା ସମୂହ ଜୀବନକୁ ବାଜି ଲଗାଇ କାମରେ ଲାଗିଛନ୍ତି । ଏ ସମସ୍ତଙ୍କର ଚେଷ୍ଟା ବାସ୍ତବରେ ପ୍ରସଂଶନୀୟ ।
କିନ୍ତୁ ସଙ୍କଟ ଏବେ ବି ଟଳିନାହିଁ, ସାଧନ ସୀମିତ ଅଛି । ଏହି ଅବସରରେ ଦେଶର ସମସ୍ତ ଧାର୍ମିକ, ସାମାଜିକ ସେବା ଅନୁଷ୍ଠାନ ସହ ସାଧାରଣ ଜନତା ଏ ପ୍ରକାର ସଂଙ୍କଟ ସମୟରେ କେରଳ ବାସୀଙ୍କୁ ସହାୟତା କରନ୍ତୁ ଓ ସହଯୋଗ ପାଇଁ ହାତ ବଢାନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ସୁରେଶ ଭାୟାଜୀ ଯୋଷୀ ସମସ୍ତଙ୍କୁ ନେବଦନ କରିଛନ୍ତି ।
ରାଶି ସହଯୋଗ ପ୍ରଦତ୍ତ ବ୍ୟାଙ୍କ ଖାତାରେ ପ୍ରଦାନ କରିପାରିବେ । ଆକାଉଂଟ ନମ୍ବର: ୦୦୨୭୦୦୧୦୦୦୪୦୭୪୦,ଦେଶୀୟ ସେବା ଭାରତୀ, IFSC : DLXB0000027 , ଧନଲକ୍ଷ୍ମୀ ବ୍ୟାଙ୍କ, ସୁ୍ଲପୁରମ, ଆଲ୍ଲାପୁଜା, ଉପରୋକ୍ତ ବ୍ୟାଙ୍କ ଖାତାର ଧାରକ, ଶିଜୁ,ଜିଲ୍ଲା କାର୍ଯ୍ୟବାହ । ମୋବାଇଲ ନମ୍ବର-୯୪୯୬୮୪୯୩୪୩ ସହ ସଂପର୍କ କରିପାରିବେ ।
ଗୋଲଖ ଚନ୍ଦ୍ର ଦାସ
ମୋ-୯୮୬୧୦୨୮୫୫୩

Tuesday, 5 June 2018

ପଟ୍ଟାମୁଣ୍ଡାଇ ସବଡିଭିଜନ ପାଇଁ ବିଜେପି ରିଲେ ଧାରଣା ସ୍ଥଗିତ


ପଟ୍ଟାମୁଣ୍ଡାଇ, ୫ ।୬  : ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ନେଇ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ରିଲେ ଧାରଣା ନୂତନ ସବଡିଭିଜନ ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ରାଜ୍ୟ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହା"ିଙ୍କ ଘୋଷଣା ପରେ ସ୍ଥଗିତ କରାଯାଇଛି । ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଓ ବିଜେପି ମୁଖପାତ୍ର ଇଂ. ଜ୍ଞାନଦେବ ବେହୁରା ରିଲେ ଧାରଣାର ନେତୃତ୍ୱ ନେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ଉପସଭାପତି ରଶ୍ମୀରଞନ ପ୍ରଧାନ, ଜିଲ୍ଲା ସଂପାଦକ ଅଜୟ ବେହେରା, ନଗର ବିଜେପି ସଭାପତି ପଦ୍ମନାଭ ପଣ୍ଡା, ଜିଲ୍ଲା ମିଡିଆ ପ୍ରଭାରୀ ବିଜୟ ନାୟକ, ବିଦ୍ୟାଧର ସେଠୀ, ପ୍ରମୋଦ ସାହୁ, ୧୭ନଂ. ଜୋନ ସଭାପତି ନିରଞନ ସ୍ୱାଇଁ, ୧୮ ନଂ. ଜୋନ ସଭାପତି ନୀଳକଣ୍ଠ ଦାସ , ଯୁବନେତା ସମୀର ପାତ୍ର, ୩୦ନଂ. ଜୋନ ସଭାପତି ନଗେନ୍ଦ୍ର ପାତ୍ର, ସୁଧାଂଶୁ ଶେଖର ଜେନା, ଅଶୋକ ସ୍ୱାଇଁ , ରାଜେନ୍ଦ୍ର ସୂତାର ପ୍ରମୁଖ ବହୁ ବିଜେପିନେତା ଓ କର୍ମକର୍ତ୍ତା ଭାଷଣ ଦେଇଥିଲେ । ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।