Sunday, 19 August 2018

କେରଳ ବନ୍ୟାବିପର୍ଯ୍ୟୟରେ ସହଯୋଗ ପାଇଁ ଆରଏସ୍ଏସ୍ ର ନିବେଦନ

ଭୁବନେଶ୍ୱର,୧୯/୮;ଅପ୍ରତ୍ୟାଶିତ ଓ ଅଭୁତପୂର୍ବ ବନ୍ୟା ହେତୁ କେରଳ ରାଜ୍ୟରେ ଏକ ବଡ ବିପର୍ଯ୍ୟୟ ଆସିଛି । ଏହି ବନ୍ୟା ବିଭିଷିକାରେ ଶତାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ହଜାରରୁ ଉଦ୍ଧ୍ୱର୍ ଲୋକ ବାସହରା ହୋଇଛନ୍ତି । ଏବେ ମଧ୍ୟ ଲକ୍ଷାଧିକ ଲୋକ ବିଭିନ୍ନ ସ୍ଥାନରେ ଅଟକି ଯାଇଛନ୍ତି । କେରଳ ଆଜି ଏକ ଭୟଙ୍କର ସଂକଟର ସାମନା କରୁଛି ।
ଅନେକ ବାଧା ଭିତରେ ବି ସେନା, ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା, ରାଜ୍ୟ ଓ କେନ୍ଦ୍ର ସରକାର ବନ୍ୟାରୁ ମୁକ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରଖିଛନ୍ତି । ଏଥିସହ ସାଧାରଣ ଜନତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଅନେକ ସାମାଜିକ, ଧାର୍ମିକ ଓ ସ୍ୱୟଂସେବୀ ସଂସ୍ଥା ସମୂହ ଜୀବନକୁ ବାଜି ଲଗାଇ କାମରେ ଲାଗିଛନ୍ତି । ଏ ସମସ୍ତଙ୍କର ଚେଷ୍ଟା ବାସ୍ତବରେ ପ୍ରସଂଶନୀୟ ।
କିନ୍ତୁ ସଙ୍କଟ ଏବେ ବି ଟଳିନାହିଁ, ସାଧନ ସୀମିତ ଅଛି । ଏହି ଅବସରରେ ଦେଶର ସମସ୍ତ ଧାର୍ମିକ, ସାମାଜିକ ସେବା ଅନୁଷ୍ଠାନ ସହ ସାଧାରଣ ଜନତା ଏ ପ୍ରକାର ସଂଙ୍କଟ ସମୟରେ କେରଳ ବାସୀଙ୍କୁ ସହାୟତା କରନ୍ତୁ ଓ ସହଯୋଗ ପାଇଁ ହାତ ବଢାନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ସୁରେଶ ଭାୟାଜୀ ଯୋଷୀ ସମସ୍ତଙ୍କୁ ନେବଦନ କରିଛନ୍ତି ।
ରାଶି ସହଯୋଗ ପ୍ରଦତ୍ତ ବ୍ୟାଙ୍କ ଖାତାରେ ପ୍ରଦାନ କରିପାରିବେ । ଆକାଉଂଟ ନମ୍ବର: ୦୦୨୭୦୦୧୦୦୦୪୦୭୪୦,ଦେଶୀୟ ସେବା ଭାରତୀ, IFSC : DLXB0000027 , ଧନଲକ୍ଷ୍ମୀ ବ୍ୟାଙ୍କ, ସୁ୍ଲପୁରମ, ଆଲ୍ଲାପୁଜା, ଉପରୋକ୍ତ ବ୍ୟାଙ୍କ ଖାତାର ଧାରକ, ଶିଜୁ,ଜିଲ୍ଲା କାର୍ଯ୍ୟବାହ । ମୋବାଇଲ ନମ୍ବର-୯୪୯୬୮୪୯୩୪୩ ସହ ସଂପର୍କ କରିପାରିବେ ।
ଗୋଲଖ ଚନ୍ଦ୍ର ଦାସ
ମୋ-୯୮୬୧୦୨୮୫୫୩