ପଟ୍ଟାମୁଣ୍ଡାଇ, ୫ ।୬ : ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ନେଇ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ରିଲେ ଧାରଣା ନୂତନ ସବଡିଭିଜନ ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ରାଜ୍ୟ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହା"ିଙ୍କ ଘୋଷଣା ପରେ ସ୍ଥଗିତ କରାଯାଇଛି । ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଓ ବିଜେପି ମୁଖପାତ୍ର ଇଂ. ଜ୍ଞାନଦେବ ବେହୁରା ରିଲେ ଧାରଣାର ନେତୃତ୍ୱ ନେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ଉପସଭାପତି ରଶ୍ମୀରଞନ ପ୍ରଧାନ, ଜିଲ୍ଲା ସଂପାଦକ ଅଜୟ ବେହେରା, ନଗର ବିଜେପି ସଭାପତି ପଦ୍ମନାଭ ପଣ୍ଡା, ଜିଲ୍ଲା ମିଡିଆ ପ୍ରଭାରୀ ବିଜୟ ନାୟକ, ବିଦ୍ୟାଧର ସେଠୀ, ପ୍ରମୋଦ ସାହୁ, ୧୭ନଂ. ଜୋନ ସଭାପତି ନିରଞନ ସ୍ୱାଇଁ, ୧୮ ନଂ. ଜୋନ ସଭାପତି ନୀଳକଣ୍ଠ ଦାସ , ଯୁବନେତା ସମୀର ପାତ୍ର, ୩୦ନଂ. ଜୋନ ସଭାପତି ନଗେନ୍ଦ୍ର ପାତ୍ର, ସୁଧାଂଶୁ ଶେଖର ଜେନା, ଅଶୋକ ସ୍ୱାଇଁ , ରାଜେନ୍ଦ୍ର ସୂତାର ପ୍ରମୁଖ ବହୁ ବିଜେପିନେତା ଓ କର୍ମକର୍ତ୍ତା ଭାଷଣ ଦେଇଥିଲେ । ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।
Tuesday, 5 June 2018
ପଟ୍ଟାମୁଣ୍ଡାଇ ସବଡିଭିଜନ ପାଇଁ ବିଜେପି ରିଲେ ଧାରଣା ସ୍ଥଗିତ

Subscribe to:
Posts (Atom)